ମାତୃଭୂମି

1900

ଯେ କାଳେ ବାଳକ ବୁଲି ଯାଇପାରେପଡ଼ୋଶିମାନଙ୍କ ଘର,ସେ କାଳେ ଜାଣଇ ଅନ୍ୟ ଘରସବୁତା’ ସଙ୍ଗୀ ବାଳକଙ୍କର ।

ପରେ ଯେତେବେଳେ ଆପଣା ପଡ଼ାରୁଅନ୍ୟ ପଡ଼ା ବୁଲିଯାଏ,ସେହି ସମୟରେ ପଡ଼ୋଶୀ ପଡ଼ାକୁଆପଣାର ମଣିଥାଏ ।

ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜଗ୍ରାମରୁ ହୋଇ ବାହାର,ସେ କାଳେ ଜାଣଇ ନିଜ ଘର ଯହିଁସେ ଗ୍ରାମ ଅଟେ ତାହାର ।

ଆପଣା ଗ୍ରାମର ନଦୀ ପୁଷ୍କରିଣୀବଗିଚା ଆଦି ସକଳ,ଆପଣାର ବୋଲି କହେ; ପୁଣି ସେହି-ସବୁକୁ ମଣଇ ଭଲ ।

ବଡ଼ ହୋଇ ଯେବେ କରି ଯାଇପାରେଅନ୍ୟ ରାଜ୍ୟେ ବିଚରଣ,ବଖାଣଇ ତହିଁ ନିଜ ରାଜା, ରାଜ୍ୟ-ଲୋକଙ୍କର ଶ୍ରେଷ୍ଠପଣ ।

ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢାଯାଏସବୁ ତା’ ରାଜ୍ୟର ଭଲ,ସକଳ ସୁଖର ଆକର ତାହାରିରାଜ୍ୟେଟି ଅଟେ କେବଳ ।

ତହୁଁ ବଡ଼ ହୋଇ ଯାଇଥାଏ ଯେବେକେହି କେବେ ଦେଶାନ୍ତର,ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେଯେଉଁ ଦେଶେ ତାର ଘର ।

ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କଜନକ ଜଗତପତି,ସହୋଦର ଜ୍ଞାନ- କରେ ଅବନୀରମାନବ-ସମାଜ ପ୍ରତି ।

ତେବେ ସେ ଜାଣଇ ଯେ କରଇ ଯେତେଲୋକଙ୍କର ଉପକାର,ବିଶ୍ୱପତିଙ୍କର ବିଶ୍ୱଗୃହେ ଅଟେସେ ତେତେ ଯୋଗ୍ୟ କୁମାର ।

ଏହି ରୂପେ ଗ୍ରାମ- କଥା, ରାଜ୍ୟକଥା,ଦେଶକଥା, ବିଶ୍ୱକଥାମାନବ-ଜୀବନେ ପ୍ରତୀତ ହେବାରଦର୍ଶିତ ହୁଏ ସର୍ବଥା ।

ମାତୃଭୂମି ମାତୃ- ଭାଷାରେ ମମତାଯା’ ହୃଦେ ଜନମି ନାହିଁ,ତାକୁ ଯେବେ ଜ୍ଞାନୀ- ଗଣରେ ଗଣିବାଅଜ୍ଞାନ ରହିବେ କାହିଁ ?

“ମାତୃଭୂମି” (Motherland), from his collection ଅର୍ଘ୍ୟଥାଳୀ (Arghyathali), via the Odia Wikisource transcription.

Public domainThis poem is in the public domain. You may read it, copy it, recite it and publish it without asking anyone.