ତୃତୀୟ ସର୍ଗ

ଗଙ୍ଗାଧର ମେହେର (1862–1924)

କୀଚକ ବଧ

ତୃତୀୟ ସର୍ଗ

ଦିନ ଅଭିନୟ ଅବସାନେ ହେଲାସନ୍ଧ୍ୟା ଯବନିକାପାତ,ଦିବସ ବେଶକୁ ଭିନ୍ନ ଭିନ୍ନ କରିବିଭାବରୀ ସମାୟାତ ।ପ୍ରକୃତି-ଯନ୍ତ୍ରରେ ଖଣ୍ଡ ଖଣ୍ଡ କରିପ୍ରଭାକର-ମହାମଣି,ନିଜ ଅବୟବ ଅଳଙ୍କୃତ କଲାଗଢ଼ି ତାରା ନିଶାମଣି ।ଜ୍ୟୋତ୍ସ୍ନା-ଉଦ୍ଭାସିତ ତାରାବୃତ ନୀଳବିହାୟସେ ସୁଧାକର,କ୍ଷୀରାର୍ଣ୍ଣବ-ଶେଷ-ମଣି ମଧ୍ଯ ବିଷ୍ଣୁକୌସ୍ତୁଭବତ ସୁନ୍ଦର ।ଭାନୁ ଗଭଣ୍ଡିକି ଆଉଟି ଢାଳିଲାପ୍ରଦୀପ-ପ୍ରସୂନ ଛାଞ୍ଚେ,ଚକ୍ରବାକ-ହୃଦ-ସୁଖରତ୍ନ ନେଲାଚକୋରକୁ ଦେବା ପାଞ୍ଚେ ।ପଦ୍ମବନୁ ଲକ୍ଷ୍ମୀ ଶିବିରକୁ ନେଇଟେକିଲା ମଲ୍ଲିକାବନେ,ସୂର୍ଯ୍ୟ ମୁଖୀ-ମୁଖ-ଲାବଣ୍ୟକୁ ଦେଲାନବମାଳିକା ବଦନେ ।କୁସୁମାଲିଙ୍ଗନ-ବିଲୁଣ୍ଠିତ ଧୂଳି-ଧୂସରିତ କଳେବର,ଆମୋଦପ୍ରଦାୟୀ ଧୀର ପବମାନନୃତ୍ୟ କଲା ଘର ଘର ।ବିଚଳିତ ହେଲେ ବୃକ୍ଷବଲ୍ଲୀଚୟ,ଦିଗ ହେଲା ଆମୋଦିତ,ନରନାରୀଙ୍କର ହୃଦୟେ ମଦନ-ସିନ୍ଧୁ ହେଲା ତରଙ୍ଗିତ ।ଚନ୍ଦ୍ରିକାଲିଙ୍ଗନ-ସୁଖେ ପ୍ରଫୁଲ୍ଲିତହୃଦୟ ସରିତ-ପତି,ସରିତଙ୍କ ପ୍ରତି ଅନାଦର କରିଠେଲିଦେଲା ପଛକତି ।ମୁହଁ ଫୁଲାଇଲେ ନଦୀଏ, ସାଗରରୀତିକି ଲୋକେ ଜୁହାର,ବୋଲିବାରୁ ତାର ଅପଭ୍ରଂଶେ ଏବେବୋଲନ୍ତି ତାକୁ ଜୁଆର ।ସୁଧାକର ନାରୀ-ବଦନକୁ କାନ୍ତିପୁଟରେ କରି ରଞ୍ଜନ,ଲଗାଇଲେ ଆଣି ପୁରୁଷମାନଙ୍କନୟନେ ମଦନାଞ୍ଜନ।ଚମ୍ପକ-ଗଉରୀ ଚମ୍ପକର ହାରଚନ୍ଦନ ଚାରୁ ବସନ,ଉପଭୋଗ କରି ପଲ୍ୟଙ୍କରଅଙ୍କ ଆଶ୍ରିଲେ ରସିକଗଣ ।ନଗରରେ କ୍ରମେ ରୁଦ୍ଧ ହୋଇଗଲାଗୃହମାନଙ୍କର ବାଟ,ନିଦ୍ରା ସେହିରୂପେ ପକାଇ ଆଣିଲାମାନବେ ନେତ୍ର-କପାଟ ।ନିଦ୍ରା-ମହୋଦଧି-ସ୍ବପନ ତରଙ୍ଗେଭାସି ଭାସି ଜୀବଗଣ,କଲେ କେତେ ମହା-ଅଭୁତ ବିଷୟପ୍ରତିବିମ୍ବ ଦରଶନ ।କାମତୃଷାକୁଳ କୀଚକ କେବଳତହିଁରୁ ଅଛି ବାହାର,ଲାଗିଛି ଦଉଡି ବିଷମ ଦୁରାଶାମୃଗତୃଷ୍ଣାକୁ ତାହାର ।ଯହିଁ ପ୍ରଭାବତୀ ଦ୍ରୌପଦୀ-ମୂରତିକୁସୁମ-ହସିତ ଲତା,ପ୍ରତିବିମ୍ବ ପଡ଼ି ନୟନରେ ତାରଦେଉଅଛି ଶୀତଳତା ।ସେହି ଶୀତଳତା କରୁଅଛି କିନ୍ତୁବୃଦ୍ଧି ତା ହୃଦୟ ଦାହ,ସ୍ବଭାବ-ଶୀତଳ ଜଳପାତେ ଯଥାତପତ ତୈଳ-କଟାହଦାସୀକି ପଚାରି ଅବସ୍ଥିତ ବୀରହୋଇଥିଲା ପୂର୍ବ ଯାମେ,ରମଣୀରତନ ରାଜଗୃହ ମଧ୍ୟରହେ ସଇରିନ୍ଧ୍ରୀ ନାମେ ।କେ ତାର ଜନକ, ଅଛି କି ନା ପତିକାହିଁ ବା ପୂର୍ବ ନିବାସ,କେଉଁ ଉଦ୍ଦେଶ୍ୟରେ ଏ ପୁରେ ଆଗତତାହା ନୁହେଁ ସୁପ୍ରକାଶ |ବାସ ଭୂଷଣରୁ ପ୍ରକାଶିତ ହୁଏସଧବା ଲକ୍ଷଣଯାକ,ଉଚ୍ଚକୁଳ ବଧୂ-ପରିଚାୟକ ତା’ଆଚରଣ ଆଉ ବାକ୍ୟ ।ସୈରିନ୍ଧ୍ରୀ ହେଲେ ହେଁ ରାଜପୁର ମଧ୍ୟେଦେଖିଲେ ତାହାର ଠାଣି,ବୋଧହୁଏ ତାର ଆଗେ କିଛି ନୁହେଁଅମର-ନଗରରାଣୀ,ଧର୍ମରାଜଙ୍କର ମତିକି ସେ ନିଜବିବେକରେ ପାରେ ଜିଣି,ରାଜପୁର ନାରୀମଣ୍ଡଳକୁ ସ୍ନେହମୂଲ୍ୟ ନେଇଅଛି କିଣି ।ବିରାଟମହିଷୀ ହୋଇଛନ୍ତି ତାରପବିତ୍ର ଚରିତ୍ରେ ବଶ,ପାଇଛନ୍ତି ପରା ବିଶ୍ୱ-ଲୋଭନୀୟବିଶୁଦ୍ଧ ସୁବର୍ଣ୍ଣ କସ |ନାଗରୀର କଥାମାନ ହେଲା ତାରହୃଦୟପଟେ ଲିଖିତ,ପଢ଼ି ପଢ଼ି ତାହା ହେଲା ସ୍ବଭାବତଃପ୍ରେମ ଧର୍ମରେ ଦୀକ୍ଷିତ |ଯୁବତୀରତନ ଲାଭ କଥା ତାରପ୍ରାଣେ ହେଲା ମୂଳମନ୍ତ୍ର,ମନୋରାଜ୍ୟେ କ୍ରମେ ଚଳିଲା ଶାସନପ୍ରଣାଳୀ ମଦନତନ୍ତ୍ର ।ନ୍ୟାୟଦେବଙ୍କର ବ୍ୟବସ୍ଥା ସକଳଅଚିରେ ହେଲା ରହିତ,ଚଳିଲା ମନ୍ତ୍ରଣା ଅବିରତ ମଦ-ମୋହ ମନ୍ତ୍ରୀଙ୍କ ସହିତ |ସ୍ଥିର କଲା ବୀର ବିବିଧ ଉପାୟେନାରୀକି କରିବି ବଶ,ମୋ ବୀର-ଗୌରବେ ଅତୁଳ ବିଭବେତା' ପ୍ରୀତି ହେବ ଅବଶ୍ୟ ।ଗୃହଲକ୍ଷ୍ମୀ କରି ରଖିବି ବାମାକୁହେବ ଯଦି ତାର ମତ,ନ ହେଲେ ଜୀବନ ଯାପିବି ହୋଇ ତାଗୁପତ ପ୍ରଣୟେ ରତ ।କେବେ ଦରଶନ ନେଉଥିବି ତାରସୁରମ୍ୟ ନିକୁଞ୍ଜ ବନେ,ହୃଦାଚଳ ତାପ ଶାନ୍ତ କରୁଥିବାତା’ ତନୁ ଘନାଲିଙ୍ଗନେ ।ଢାଳି ଦେଉଥିବ ତହିଁ କୃପାମୟୀଅନୁକମ୍ପା-ସୁଧାଝରି,ଇନ୍ଦ୍ରପଦେ ପାଦ ଦେଉଥିବି ତାହାସ୍ଥାନରେ ପରାଣ ଭରି |ଅଟ୍ଟାଳୀ ଉପରେ ଥାଇ କେବେ ମୋତେଦେଖି ଦେଉଥିବ ହସି,ସ୍ୱର୍ଗସୁଖରାଶି ଆସି ତେବେ ମୋରହାତେ ପଡ଼ୁଥିବ ଖସି ।ନିଭୃତ କକ୍ଷରେ ଭେଟି କେବେ ଅବାଚିବୁକ ଚୁମ୍ବିବି ତାର,ପ୍ରେମ-ବିସ୍ତାରିତ ଶ୍ରୀମୁଖ-କମଳଦେଖୁଥିବି ବାରମ୍ବାର |ରମଣୀମଣିର ଈପ୍‌ସିତସାଧନହୋଇଥିବି ସଦା ରତ,ପ୍ରୀତି-ବ୍ରତତୀର ପ୍ରୀତିସମ୍ପାଦନକରିବି ଜୀବନବ୍ରତ ।ଆଉ ଅନ୍ୟ କଥା ହୁଏ ଯଦି ତାରପ୍ରୀତି ପାଇଁ ପ୍ରୟୋଜନ,କୁଣ୍ଠିତ ନ ହେବି କଦାପି ଜୀବନକରିବାକୁ ବିସର୍ଜନ ।ଏରୂପେ କୀଚକ ଗଢେ ମନେ ମନେଆଶାର ଅମରାବତୀ,ନ ଭାବଇ ତିଳେ ପତଙ୍ଗ-ଦଉଡ଼ହେଉଛି ପାବକ ପ୍ରତି ।ଚଞ୍ଚଳ ହେଲା ସେ କରିବା ପାଇଁକିସଂକଳ୍ପିତ ଅନୁଷ୍ଠାନ,ବିରକ୍ତିଦାୟିନୀ ନିଶା ତା’ ପକ୍ଷରେନ ହେବାରୁ ଅବସାନ ।ବାରମ୍ବାର ଉଠି ସୌଦାମିନୀ ଗଣ୍ଡ-ଚୁମ୍ବୀ ଅଟ୍ଟାଳିକା-ଚୂଳେ,ପ୍ରଭାତୀ ତାରାର ପଥ ଚାହୁଁଥାଏଦୃଷ୍ଟି ଦେଇ ପ୍ରାଚୀ-ମୂଳେ ।ଭ୍ରାନ୍ତ ବାୟସର ଅସମୟ ସ୍ବରଶ୍ରବଣରେ ଥରେ ଥରେ,ନିଶାଶେଷ ମଣି ଦୂତୀ ପେଶିବାକୁଉଠିପଡ଼େ ତରତରେ ।ବହୁ ବିଳମ୍ବରେ ସୁଧାକର ଚନ୍ଦ୍ରପଡ଼ିଗଲେ କାଳବଳେ,ବାରଣ ଗ୍ରାସରେ କପିତ୍ଥ ପରାୟେବାରୁଣୀ ମହାକବଳେ ।ଛିଣ୍ଡାଇ କୁସୁମ-ହାର ବିଭାବରୀବଲ୍ଲଭ-ବିରହ-ଦୁଃଖେ,କେତେ ବିଳପିଲା ବିକଳ ବାକ୍ୟରେ,କଜ୍ଜ୍ୱଳପତ୍ରୀର ମୁଖେ।ଶେଷେ କାବ୍ୟ-ମଣି-କୁନ୍ତଳା ପଶିଲାଅରୁଣ-ଚିତା-ଅନଳେ,ଧୂମରାଶି ଯା’ର ବାଷ୍ପ ବ୍ୟପଦେଶେଉଠିଲା ଜଳଧି ଜଳେ ।ଦ୍ୱିଜରାଜ ହତେ ଦଳଦଳ ହୋଇକାନ୍ଦିଲେ ଦ୍ବିଜ ସକଳ,ଦ୍ୱିଜ ଧୋଇ ଦ୍ୱିଜଗଣ ଅପସ୍ନାନକରିଦେଲେ ପ୍ରେତଜଳ ।ଉଦୟ ପର୍ବତ ଉଚ୍ଚ ସିଂହାସନପାରି ସ୍ୱର୍ଣ୍ଣ-ଆସ୍ତରଣ,ମରୀଚି-ମୁକୁଟଶିରେ ଦିନରାଜକଲେ ଶୁଭ ଆରୋହଣ ।ଟେକିଲା ନଳିନୀ ପଦ୍ମ-ରାଜଛତ୍ରରବି ପ୍ରତିବିମ୍ବ ଶିରେ,ମତ୍ସ୍ୟ ଦ୍ୱିଜଗଣ ଅଭିଷେକ କଲେଉତ୍‌କ୍ଷିପ୍ତ ବିମଳ ନୀରେ ।ବେଦ ଉଚ୍ଚାରିଲେ ମଧୁର ବିରୁତଧବଳ ଗରୁତମାନେ ।ଚକ୍ରବାକ ତହିଁ ବିସଖଣ୍ଡ-ଦଣ୍ଡଧରି ଆସେ ସନ୍ନିଧାନେ।ନିଶାଚରଙ୍କର ଉପଦ୍ରବ ସୌରରାଜ୍ୟରେ ରହିଲା ନାହିଁ,ଚୌରେ ହେଲେ ଭୀତ ତିମିର ଅରାତିଲୁଚିଗଲେ କାହିଁ କାହିଁ ।ସଂସାର-ସାଗରେ ଛାଡ଼ିଲେ ପ୍ରାଣୀଏନିଜ ନିଜ କର୍ମ-ତରୀ,କ୍ଷୁଧା-ଯଜ୍ଞବଳି ଲୋଡ଼ିଲେ ବିହଙ୍ଗେପବନ ବନେ ସଞ୍ଚରି ।ଏହି ସମୟରେ ମୁଖ ପ୍ରକ୍ଷାଳନପାଇଁ ସୁବାସିତ ପାଣି,ସୁବର୍ଣ୍ଣ ଝରିରେ କୀଚକ ପାଶକୁଦାସୀ ଏକ ଦେଲା ଆଣି |ସେହି ଦାସୀକି ସେ ଯୋଗ୍ୟ ଦୂତୀ ମଣିବୋଇଲା, ‘‘ଆଲୋ ଚପଳେ,ମୋ ତପ୍ତ-ତନୁରେ ଶୀତଳ ଚନ୍ଦନବୋଳି ପାରିବୁ କି ପଳେ ?"ଚପଳା ବୋଇଲା, "ଏ କି ଚମତ୍କାର,ଆଜ୍ଞା ଦେଲେ ଏକ ପଳେ,ମଣ୍ଡି ଦେଇପାରେ ଶ୍ରୀଅଙ୍ଗ ଚନ୍ଦନକର୍ପୂରବାସ-ଉତ୍ପଳେ ।କୀଚକ ବୋଇଲା, ‘ଆଣିପାରୁ ଯେବେମୋହ ଈପ୍ସିତ-ଚନ୍ଦନ,ତ୍ରୁଟି ନ କରିବି ଦେବା ପାଇଁ ଲବେତୋହର ବାଞ୍ଛିତ ଧନ ।ଯେଉଁ ବସନରେ ଯେଉଁ ଭୂଷଣରେଅଭିଳାଷ ହେବ ତୋର,ସେହିକ୍ଷଣି ସେହି ପୁରସ୍କାର ଦାନେଅସମ୍ମତି ନାହିଁ ମୋର ।’’ଦାସୀ କହେ, ‘‘ପ୍ରଭୋ, କେଉଁ ଚନ୍ଦନରେଏଡ଼େ ସ୍ନେହ ଛାମୁଙ୍କର ?ଆଜ୍ଞା ହେଉ କିନା ଅତି ଯତନରେଆଣିବ ଦାସୀ ସତ୍ୱର ।’’କୀଚକ ବୋଇଲା, ‘‘ତ୍ରିଦଶ-ଅଙ୍ଗନା -ସଦୃଶୀ ଏକ ଯୁବତୀ,ରାଜଭବନରେ ଅବସ୍ଥାନ କରେଦେଖିଥିବୁ ବୁଦ୍ଧିମତି !କେତେଦିନୁ ଆସି ସୈରିନ୍ଧ୍ରୀ ନାମରେନାରୀଗଣେ ପରିଚିତପ୍ରାଣସ୍ନିଗ୍‌ଧକର ତା ସଙ୍ଗ-ଚନ୍ଦନଏକା ମୋହର ବାଞ୍ଛିତ ।’’ଚପଳା ବୋଇଲା, ‘‘ ଜାଣେ ସୈରିନ୍ଧ୍ରୀକିବାସ୍ତବ ସୁନ୍ଦରୀସାର,ପୁରୁଷର ମନ ଆକର୍ଷିତ ହେବାତହିଁ ନୁହେଁ ଚମତ୍କାର ।ପତି-ବିରହିଣୀ କପୋତୀ ପରାୟେହୋଇ ଅଛି ଏକାକିନୀ,ସହଜେ ଛାମୁଙ୍କ ନାମରେ ବାମାରମନ ଆଣିଦେବି କିଣି ।ସୁନାସୀର-ପଦ କରଗତ ହେଲେକେ ଠେଲି ଦେଇଛି ପଦେ ?ଅସମ୍ଭବ ସିନା ବିକଶିତ ପୁଷ୍ପତଡ଼ିଦେବା ଷଟପଦେ |ଯାଉଛି ରସିକ, ସୁନ୍ଦରୀମଣୀକିଛଳେ ବଳେ କଉଶଳେ,ବାନ୍ଧି ରଖିଦେବି ପ୍ରଣୟ-ଫାଶରେଛାମୁଙ୍କ ଚରଣ ତଳେ ।କିନ୍ତୁ ଏ ପ୍ରସଙ୍ଗ ଲବମାତ୍ର ଜାଣିନ ପାରିବେ ସାଆନ୍ତାଣୀ,ତାଙ୍କ କର୍ଣ୍ଣେ ଏହା ପଡ଼ିଲେ ମୋହରଉଠିଯିବ ଦାନାପାଣି ।ଅଳଙ୍କାର କିଛି ନ ନେବି ଛାମୁରୁନ ପିନ୍ଧିବି ପାଟଶାଢ଼ି,ସାଆନ୍ତାଣୀ ଯଦି ସେ ବେଶ ଦେଖିବେମୋ ମୁଣ୍ଡେ ପଡ଼ିବ ବାଡ଼ି ।’’ଏହା କହି ପାଦେ ପ୍ରଣିପାତ କରିଚପଳା କଲା ପ୍ରସ୍ଥାନ,ଉଦ୍ୟାନରୁ ଫୁଲ ଆଣିବା ଭରସାହୃଦୟରେ ଦେଇ ସ୍ଥାନ।ସୈରିନ୍ଧ୍ରୀ ନିକଟେ ଉପଗତ ହୋଇବସି ହେଲା ହସହସ,ସୈରିନ୍ଧ୍ରୀ ବୋଇଲେ, ‘‘ ଦେଖୁଛି ଚପଳେ,ଆଜି ତ ବଡ଼ ହରଷ !ଚପଳା ବୋଇଲା, ‘‘ଦେଖିଲେ ତୁମ୍ଭଙ୍କୁଦୁଃଖ ହୋଇଯାଏ ଦୂର,ତୁମ୍ଭ ମଧୁରିମା ଅଟଇ ଜଗତେଦୁଃଖ-ଭୂଧର-ଭିଦୁର ।ମୋହୋ କଥା ଛାଡ଼, ପଡ଼ିଥିବ ଥରେଯାହାର ନୟନପଥେ,ଆନନ୍ଦ-ପ୍ରତିମା ହୋଇ ତା ହୃଦୟେବସିଥିବ ଅବିରତେ ।କେତେ ଦିନ ହେଲା ଦରଶନ ବିନାଘାଣ୍ଟି ହେଉଥିଲା ମନ,ଉତ୍ସୁକ ମନର ତୃପ୍ତି ସାଧିବାକୁକଲି ଏକା ଆଗମନ ।’ସୈରିନ୍ଧ୍ରୀ ବୋଇଲେ, ‘‘କେବେ ତୋ ମୁଖରୁନ ଶୁଣେ ଏପରି କଥା,କି ଘେନି ଚପଳେ, ଆରମ୍ଭି ବସିଲୁବୃଥା ପ୍ରଶଂସା ଅଯଥା ?ପ୍ରଶଂସ୍ୟ ଜନର ପରଶଂସା ଛାଡ଼ିମୋ ପ୍ରଶଂସାରେ କି ଫଳ,କି ଲାଭ ଉଦ୍ୟାନ ପୁଷ୍ପତରୁ ଛାଡ଼ିବନ୍ୟ ବୃକ୍ଷେ ଦେଲେ ଜଳ ।"ଚପଳା ଚପଳେ ବୋଇଲା, ‘‘ଏ କଥାକହିଲ ସତ ସୁନ୍ଦରି !ଭୋଗ୍ୟ ନୋହି ତୁମ୍ଭ ସୌନ୍ଦର୍ଯ୍ୟ ଝଡ଼ୁଛିଅରଣ୍ୟ-କୁସୁମ ପରି ।ଯଦି ସେ କୁସୁମ ଆଦରେ କେ ନେଇଚଢ଼ାଇବା ଦେବ-ଶିରେ,କୁସୁମର ଶୋଭା, ଦେବ ସନ୍ତର୍ପଣବଢ଼ିବ କି ନା ସେଥିରେ ?"ସୈରିନ୍ଧ୍ରୀ ବୋଇଲେ, ‘‘ତୋ କଥାମତେ ମୁଁକାନନ-କୁସୁମ ସତ,କିନ୍ତୁ ମୋତେ ଭୋଗ କରିବାକୁ ଛନ୍ତିପାଞ୍ଚ ଗନ୍ଧର୍ବ ସତତ ।କୁସୁମ ତୋଳିବା ଦୂରେ ଥାଉ, କାହାକୁସୁମ-ଲୋଭରେ ବନେପରବେଶ କଥା ଗନ୍ଧର୍ବେ ଜାଣିଲେସଂଶୟ ତାର ଜୀବନେ ।"ଚପଳା ବୋଇଲା, ‘‘ମୋ ମତେ ସୁନ୍ଦରୀଦେଖାଇ ଏପରି ଛଳ,ନିଜ ସୁଖ-ଶିରୀ ଅବଜ୍ଞା କରିବାତୁମ୍ଭ ପକ୍ଷେ ନୁହେଁ ଭଲ ।ଯଦି ଇଚ୍ଛା କରୁ ଗୁଣାଭିମାନିନି !ନାୟକ ତୋ ଅନୁରୂପ,ସୁଦେଷ୍ଣା ସୋଦର କୀଚକ ଅଛନ୍ତିଦ୍ୱିତୀୟ ବିରାଟଭୂପ ।ବଳିଷ୍ଠ କୀଚକ ସମ୍ପଦ-ଗବୀରଶୃଙ୍ଗ ଦେଇଛନ୍ତି ଧରି,ବିରାଟ ନରେଶ ଆନନ୍ଦରେ ଛନ୍ତିସୁଖେ କ୍ଷୀର ପାନ କରି ।ଏଣୁ ଏ ରାଜ୍ୟରେ କୀଚକ ପ୍ରଭାବହୋଇଅଛି ପ୍ରଭାବନ୍ତ,ରାଜା ପରି ମାନ୍ୟ କରୁଛନ୍ତି ତାଙ୍କୁକି ପ୍ରଜା କିବା ସାମନ୍ତ |ରାଜମହିଷୀଙ୍କ ସୋଦର, ତହିଁରେରାଜାଙ୍କ ମହା ଆଦର,ହୋଇଯାଇଅଛି ପତନ ସୁବର୍ଣ୍ଣେସୋହାଗା, କ୍ଷୀରେ ଖଣ୍ଡର |କୀଚକ ଶ୍ରୀମୁଖ-କମଳରୁ ଆଜ୍ଞାପାଖୁଡ଼ା ଝଡ଼ଇ ଯାହା,ମହେଶ୍ୱର ଛଡ଼ା-କୁସୁମ ପରାୟେଲୋକେ ଘେନୁଛନ୍ତି ତାହା ।ସ୍ରୋତରୂପେ ବହି-ବସେ ଯେଉଁ ଦିଗେକୀଚକ ମନ-କୀଲାଲ,ରାଜଶକ୍ତି ସେହି ଦିଗକୁ ସତ୍ୱରଖୋଳି କରିଦିଏ ଖାଲ ।ଧନ ଦେଖି ଜନମନ ଭୁଲିଯାଏଜଗତେ ଅଛି ଏ ଖ୍ୟାତି,ଧନ ପାଇଁ ଲୋକେ ଜୀବନ ଦିଅନ୍ତିଘୋର ଆହବରେ ମାତି Iଧନ କରେ ଦାନୀ ଧନ କରେ ମାନୀଜ୍ଞାନୀ କରିପାରେ ଧନ,ଧନେ ବଢ଼େ ଠାଣି ଧନେ ବଢ଼େ ଆଣିଧନର ସେବକ ଜନ ।ଧନ ସଙ୍ଗେ ପ୍ରଭୁ-ପଣ ରହିଥାଏଧନହୀନ ସିନା ଦାସ,ଧନ ଥିଲେ କିପାଁ ହୁଅନ୍ତା ତୁମ୍ଭରପର ଭବନରେ ବାସ ।ଆଜନ୍ମ ମରଣ ଧନର ଉପରେଜୀବନ ରଖଇ ଭାର,ଏହା ଜାଣି ବିଷ୍ଣୁପ୍ରିୟା କରେ ଦେଇ-ଛନ୍ତି ଧନ ଅଧିକାର ।ପ୍ରମଦା-ମାନସ ଆକର୍ଷିତ ହୁଏସ୍ୱଭାବେ ଧନିକ ଜନେ,ବିଳସଇ ଶମ୍ପା ସେହି ଗୁଣ-ବଶେଜଳଧନ-ପୂର୍ଣ୍ଣ ଘନେ।ଆଉ ଏକ କଥା, ସୁନ୍ଦରୀ ଲୋଡ଼ଇସଦା ପରାକ୍ରମଶାଳୀ,ପଣ କରି ସୀତା ଶ୍ରୀରାମେ, ଅର୍ଜୁନେବାଛିଲେ ଦ୍ରୌପଦୀ ବାଳୀ ।କୀଚକ ନବର ହୋଇଅଛି ଆଜଦ୍ୱିତୀୟ ବାସବ-ବାସ,ବିରାଟ ନରେଶ କରିଛନ୍ତି ତାଙ୍କଭୁଜବିକ୍ରମକୁ ଆଶ ।ଭାଗ୍ୟ କଥା ସିନା ହେବାର ଏଭଳିଲୋକ କୋଳ-ପ୍ରଣୟିନୀ,ବିଭାବସୁ-କର-ସୁଖ ମଧୁରିମାଜାଣିପାରେ କମଳିନୀ ।”’ସୈରିନ୍ଧ୍ରୀ ବୋଇଲେ, ‘‘ନୁହେଁ କମଳିନୀ,ବିଭାବସୁ ଲୋଡ଼ା ନାହିଁ,ବନକୁସୁମ ମୁଁ ପଡ଼ିଅଛି ବନ-ଦେବଙ୍କ ପୀରତି ପାଇଁ ।’’ଚପଳା ବୋଇଲା, ‘‘ମୋ କଥା ନ ଘେନିକଲେ ବୃଥା ଅଭିମାନ,ସୁଖେ ହେବା କଥା ଦୁଃଖେ ହେବ, ତହିଁଲାଭ ହେବ ଅପମାନ।ତରୁଚୂଡ଼-ଶୋଭୀ ସୁପକ୍ୱ ରସାଳସହଜେ ନ ପଡ଼େ ହାତେ,ଶିଶୁଏ ଦେଖିଲେ ନିଅନ୍ତେ ସେ ଫଳପକାଇ ପ୍ରସ୍ତରାଘାତେ ।ଏ ରାଜ୍ୟ ରହିଲା ଦିନୁ ଶିରୀଷାଙ୍ଗି !ପତିବ୍ରତା ଅଭିମାନ,ହୋଇସାରିଛି ତୋ କୀଚକ-ମାନସ-ତରଙ୍ଗରେ ଭାସମାନ ।ଦେଖୁଛୁ ସୁନ୍ଦରି, ଗଗନ-ରାଜ୍ୟରେଯେ ରାଶିରେ ରବି ଥା’ନ୍ତି,ସେହି ରାଶିବାସୀ ଗ୍ରହ ଋକ୍ଷେ ରଖିପାରନ୍ତି କି ନିଜ କାନ୍ତି ?"ସୈରିନ୍ଧ୍ରୀ ବୋଇଲେ, ‘‘କଳପ କଳପଜଳପିଲେ ଏହି କଥା,ନ ଟଳିବ କେବେ ସୈରିନ୍ଧ୍ରୀର ମନସାର ହେବ ହୃଦବ୍ୟଥା ।ଉଜ୍ଜ୍ବଳ ଉଜ୍ଜ୍ୱଳ ଗ୍ରହେ କରିଥାନ୍ତିଭିନ୍ନ ଭିନ୍ନ ସ୍ଥଳ ଆଶା,କ୍ଷୁଦ୍ର ଧ୍ରୁବତାରା ଆଶ୍ରୟ କେବଳସହିତ ଉତ୍ତର ଆଶା ।ଚପଳା ବୋଇଲା, ‘‘ତୁମ କାନ୍ତେ ଥିଲେସେମାନେ ଜାଣିବେ ନାହିଁ,ଅତୁଳ ବିଭବ ଭୋଗ କରୁଥାଅଜୀବନ ପ୍ରଣୟ ଥାଇ ।ସୁଧାକର-ପ୍ରୀତି-ପ୍ରଫୁଲ୍ବ-ବଦନାସୁଧାଂଶୁ-ଚିତ୍ତ-ମୋଦିନୀ,ଚନ୍ଦ୍ର ଅନୁଦୟେ ତିମିର ସଙ୍ଗମେନ ଫୁଟେ କି କୁମୁଦିନୀ ?”ସୈରିନ୍ଧ୍ରୀ ବୋଇଲେ, ‘‘ଜାଣିପାରିଲି ମୁଁତୋ ମତି ନୁହଁଇ ଭଲ,ଆଉ ମୋ ପାଶକୁ ନ ଆସିବୁ କେବେଆଜି ଏବେ ଶୀଘ୍ର ଚଳ ।ନିଶ୍ଚେ ଜାଣିଥାଅ ମୋହ ପ୍ରତି ଯେବେହୁଏ କାହା ଅତ୍ୟାଚାର,ସ୍ୱାମୀଏ ମୋହର ଯମ-ସଦନକୁଜୀବନ ପେଶିବେ ତାର ।ନ କରିବି ନିନ୍ଦା ବିରାଟ ନୃପଙ୍କୁ,ଖାଏଁ ତାଙ୍କ ଅନ୍ନ ଜଳ,ସେ ଯେବେ ଅନୀତି ଆଚରିବେ ଧର୍ମନ ଦେବ କି ପ୍ରତିଫଳ ?ଅପବ୍ୟବହାର କରଇ ଯେ ନୃପମୋହେ ରାଜକ୍ଷମତାର,ଦାବାନଳଗ୍ରସ୍ତ ଇନ୍ଧନ ପରାୟେଅଚିରେ ବିନାଶ ତାର ।”ସୈରିନ୍ଧ୍ରୀ ମୁଖରୁ ଚପଳା ଦାରୁଣନିରାଶ ଉତ୍ତର ପାଇ,କୃଷିରକ୍ଷି-ଲୋଷ୍ଟ୍ରେ ଶସ୍ୟଭକ୍ଷୀ ମୃଗ-ଚପଳାର ବାକ୍ୟ ଜାଲେ,ଶଶକ ବିତଂସେ ସିଂହିକା ବନ୍ଧନଶୁଣାଅଛି କେଉଁ କାଳେ ?