ଅରୁଣାମ୍ବୁଜ ଚରଣା

କବିସୂର୍ଯ୍ୟ ବଳଦେବ ରଥ (1789–1845)

ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେକରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥

ଅସିତ କେଶି ମୁଁ ତୋ ପରିଚାରରୁଷିକି ନ କରି କିଛି ବିଚାରସ୍ୱଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥

ନ ରହି ସୁଦନ୍ତି ବଦନ ପୋତିକଳପ ଅଳପ ହସନ ମୋତିମୃଦୁଳ-ସରସ-ରସ ହୃଦୟା ତୁ ହୋ ନା ପରୁଷାରେ ॥୨॥

ନନେ ଉନ୍ମାଦ ଧୃତିକି ଛାଣିଗରଳ ଗିଳିବଟି ପିକବାଣିତରକି ହୃଦୟ କର କିଶଳୟ ଗଣ୍ଡେ ତ ରସାରେ ॥୩॥

ନକର ମୁକୁରମୁଖୀ ନିରାଶବିଷମ ବଡ଼ କୁସୁମ ଶରାସସହଜରେ ମିତ ବଚନ ଅମୃତ ଧାରା ବରଷାରେ ॥୪॥

ଅତିରତି ପରି ଚିନ୍ତି ସୁଧୀରନୀତି ପୁଣି ମୁରମଥ ନ ଗୀରଅଷ୍ଟଦୁର୍ଗ ପତି କହେ ସ୍ମିତବତୀ ହେଲେ ତରସାରେ ॥୫॥