କର୍ମଗୁଣ

ଗଙ୍ଗାଧର ମେହେର (1862–1924)

ଅର୍ଘ୍ୟଥାଳୀ

ଉଚ୍ଚ ସେହୁ ଉଚ୍ଚ କର୍ମ କରେ ଯେଉଁ ଜନ,କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ ।

ନୀଚ ହୋଇ କରେ ଯେବେ ଉତ୍ତମ କରମ,ତା ଚରଣ ଉଚ୍ଚ ସେବେ ସଂସାର ଧରମ ।

କର୍ମ ଯୋଗୁଁ ଲୌହ ଆସି ରହେ ସମାଦରେ,ଶୋଭିତ ହେବାକୁ ସ୍ୱର୍ଣ୍ଣ ଲାଗେ ତା’ ପାଦରେ ।

•••