ସଙ୍ଗ-ଫଳ
ଅର୍ଘ୍ୟଥାଳୀ
ସ୍ୱର୍ଣ୍ଣ ବର୍ଣ୍ଣ କମିଅର ପୁଷ୍ପ ମନୋରମ,କିନ୍ତୁ ତାର ଫଳ ବିଷ ଭୀଷଣ ବିଷମ ।
ଶିବ ପାଶେ ରହିବାରୁ ସଙ୍ଗର କି ଫଳ,ଗଉରୀ ଗଉର କାନ୍ତି ଭୁଜଙ୍ଗ ଗରଳ ।
ସେରୂପେ ଧୂସ୍ତୂର ଫୁଲ ଜାହ୍ନବୀବରଣ,ଫଳ କରିଅଛି ସର୍ପ-ବିଷ ଆକର୍ଷଣ ।
ଏହିରୂପେ କେତେ ଲୋକ ଶାସ୍ତ୍ରସଙ୍ଗ ଗୁଣ,ଘେନି ହୋଇଥାନ୍ତି ହିତ ଭାଷଣେ ନିପୁଣ ।
କିନ୍ତୁ କର୍ମେ କରିଥାନ୍ତି ଅତ୍ୟନ୍ତ ଅହିତବଦ୍ଧ ହୋଇ ନୀଚ ଦୁଷ୍ଟ ପ୍ରବୃତ୍ତି ସହିତ ।
•••